ଜିଭରେ ଉଠିଲା କେଶ,ଏପରି ଦେଖିବାକୁ ମିଳିଛି ଆମେରିକାର ଜଣେ ବୃଦ୍ଧଙ ଜିଭରେ

0

ଆମେରିକୀୟ ଏକାଡେମୀ ଅଫ୍ ଓରାଲ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , ଆମେରିକାର ଓହିଓରେ ରହୁଥିବା ୬୪ ବର୍ଷୀୟ ଜଣେ ବୃଦ୍ଧ ସିଗାରେଟ ଟାଣିବା ସହିତ ଆଣ୍ଟିବାୟୋଟିମ ଔଷଧ ଖାଉଥିଲେ । କିଛିଦିନ ଏଭଳି କରିବା ପରେ ତାଙ୍କ ଜିଭ ସବୁଜ ରଙ୍ଗର ହୋଇଯାଇଥିଲା ଏବଂ ଜିଭରେ ଛୋଟ ଛୋଟ କେଶ ଉଠିଥିଲା । ଏହାକୁ ଦେଖିବା ପରେ ଡାକ୍ତର ମାନେ ବେଶ୍ ଅଶ୍ଚର୍ଯ୍ୟ ହୋଇଯାଇଥିଲେ । ଜିଭରେ ଥିବା କେଶଗୁଡିକୁ ବାହାର କଲେ , ତାହା ୧ଇଞ୍ଚ ଲମ୍ବ ହେବ ବୋଲି ଡାକ୍ତର ମାନେ କହିଥିଲେ ।

ଆଣ୍ଟିବାୟୋଟିକ ଔଷଧର ପ୍ରତିକ୍ରିୟା ଯୋଗୁଁ ଏମିତି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଏହାର ତୁରନ୍ତ ଚିକିତ୍ସା କରା ନ ଗଲେ ଜିଭରେ ଖାଦ୍ୟ ଜମି ରହି ଜୀବାଣୁ ସଂକ୍ରମଣ ହେତୁ ଭବିଷ୍ୟତରେ ଏହା ଅନେକ ପ୍ରକାର ଜଟିଳ ରୋଗ ସୃଷ୍ଟି କରିବ ବୋଲି ଡାକ୍ତରମାନେ ସମ୍ପୃକ୍ତ ବୃଦ୍ଧଙ୍କୁ ଚେତନା ଦେଇଥିଲେ ।ଆଣ୍ଟିବାୟୋଟିକସ୍ ପ୍ରତିକ୍ରିଆ ହେତୁ ଜିଭର ରଙ୍ଗ ବାଦାମୀ ,ଧଳା,ସବୁଜ,କିମ୍ବା ଗୋଲାପି ହୋଇପାରେ । ଏହା ବ୍ୟକ୍ତି ଉପରେ ନିର୍ଭର କହରେ ଯେ, ସେ ମାଉଥୱାଶ୍ ଓ କ୍ୟାଣ୍ଡି କରୁଛନ୍ତି କି ନାହିଁ । କିନ୍ତୁ ସେହି ବ୍ୟକ୍ତିଙ୍କ ଜିଭ ସବୁଜ ରଙ୍ଗ ହୋଇଯାଇଥିଲା ଏବଂ କେଶଗୁଡିକୁ ଜଟ ଭଳି ଜିଭ ଉପରେ ଗୁଡେଇ ହୋଇ ରହିଥିଲା ।

ଅଧିକାଂଶ ସମୟରେ ପରିଷ୍କାର ପରିଚ୍ଛନ୍ନତାର ଅଭାମ ହେତୁ ଏପରି ସମସ୍ୟା ଉପରେ ଏବଂ ଏହା ସାଧାରଣଃ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । କ୍ଲାଣ୍ଡାମାଇସିନ୍ ନାମକ ଆଣ୍ଟିବାୟୋଟିକ କ୍ରମାଗତା ଭାବରେ ସେବନ କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କର ଏହି ସମସ୍ୟା ହୋଇଥିଲା ।ମାଢିରେ ସଂକ୍ରମଣ ହେତୁ ସେ ଆଣ୍ଟିବାୟୋଟିକ ଓøଷଧ ଖାଉଥିଲେ । ଆଣ୍ଟି ବାୟୋଟିକ ଔଷଧ ଅଧିକ ଖାଇବା ଦ୍ୱାରା ମାଇକ୍ରୋବିୟଲରେ ଅସନ୍ତୁଳନ ଦେଖାଯାଏ । କିଛି ଲୋକ ଏଭଳି ସ୍ଥିତିରେ ଜିଭରେ ପୋଡିବା କିମ୍ବା ଯନ୍ତ୍ରଣା ହେବା ପରି ଅନୁଭବ କରିଥାନ୍ତି।

ତେଣୁ ଏହି ସମସ୍ୟାରେ ପାଟିର ସ୍ୱଚ୍ଛତା ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉକ୍ତ ବ୍ୟାକ୍ତିଙ୍କୁ ଦନକୁ ୪ଥର ବ୍ରସ କରିବା ସହିତ ଜିଭକୁ ଧିରେ ଧିରେ ସଫା କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଏହା ସହିତ ଧୂମପାନ ନ କରିବା ପାଇଁ କୁହାଯାଇଥିଲା । ଏହା ମାନିବା ପରେ ପ୍ରାୟ ୬ ମାସ ପରେ ଉକ୍ତ ବ୍ୟକ୍ତିଙ୍କ ଜିଭରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଥିଲା ।