ବଡଦାଣ୍ଡରେ ଖଣ୍ଡା ନୃତ୍ୟ ପ୍ରଦର୍ଶନ ସହିତ ଅନେକ ଦୁଃସାହସିକ କଳାକୌଶଳ ପ୍ରଦର୍ଶିତ

0

ପୁରୀ / ସଞ୍ଜୟ ମହାପାତ୍ର: ପୁରୀ ବଡଦାଣ୍ଡରେ ଖଣ୍ଡାନୃତ୍ୟ ପ୍ରଦର୍ଶନ। ଅନୁଗୁଳ ଓ ତାଳଚେର ଅଞ୍ଚଳର ମା ହିଙ୍ଗୁଳା କ୍ଷତ୍ରୀୟ ସମାଜ ପକ୍ଷରୁ ସେହି ଅଞ୍ଚଳର ଯୁବକ ମାନେ ବିଭିନ୍ନ ପ୍ରକାରର ଖଣ୍ଡା ପ୍ରଦର୍ଶନ କରିଛନ୍ତି। ଖଣ୍ଡା ନୃତ୍ୟ ପ୍ରଦର୍ଶନ ସହିତ ଅନେକ ଦୁଃସାହସିକ କଳାକୌଶଳ ପ୍ରଦର୍ଶିତ କରିଛନ୍ତି। ହିଙ୍ଗୁଳା କ୍ଷତ୍ରିୟ ପରିଷଦର ସଦସ୍ଯ ମାନେ ଆଜି ବଡଦାଣ୍ଡରେ ଖାସ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏଭଳି କଳା ପ୍ରଦର୍ଶନ କରିବା ସହ କ୍ଷତ୍ରୀୟ ମାନଙ୍କ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି। କେବଳ ଯେ ଯୁବକ  ମାନେ ନିଜର ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରୁଥିଲେ ତାହା ନୁହେଁ ବୃଦ୍ଧ ଲୋକମାନେ ମଧ୍ୟ ପୂର୍ବ କାଳର ଅଭ୍ଯାସ ଜାରି ରଖିଥିବା ନିଖୁଣ ପ୍ରଦର୍ଶନରୁ ସ୍ପଷ୍ଟ ବାରିହୋଇପଡୁଛି। ତେବେ ବଡଦାଣ୍ଡରେ ଯୁଦ୍ଧର ଭ୍ରମ ସୃଷ୍ଟି କରିଥିବା ଏହି କ୍ଷତ୍ରୀୟ ମାନେ କଳିଙ୍ଗର ସେହି ବୀର ଜାତିର ଗାଥା ମନେ ପକାଇ ଦେଇଛନ୍ତି। ତେବେ ଯୋଦ୍ଧା ପାଇକ ମାନେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି।