ପତ୍ନୀଙ୍କ ଠାରୁ ଅଲଗା ହେବେ ଇମ୍ରାନ୍‌ ଖାନ୍‌

ମାମୁ ଆମୀର ଖାନ୍‌ଙ୍କ ରାସ୍ତାରେ ଭଣଜା ଅଭିନେତା ଇମ୍ରାନ୍‌ ଖାନ୍‌।

0

(ମୁମ୍ବାଇ) : ମାମୁ ଆମୀର ଖାନ୍‌ଙ୍କ ରାସ୍ତାରେ ଭଣଜା ଅଭିନେତା ଇମ୍ରାନ୍‌ ଖାନ୍‌। ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ ଅଭିନେତା ଇମ୍ରାନ୍‌ ଖାନ୍‌। ସେ ତାଙ୍କ ପତ୍ନୀ ଅବନ୍ତିକା ମଲିକଙ୍କୁ ଛାଡପତ୍ର ଦେବେ। ଏନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାନୁଯାୟୀ , ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ଅଭିନେତା ଇମ୍ରାନ୍‌ ଖାନ୍‌ ୨୦୧୧ରେ ପତ୍ନୀ ଅବନ୍ତିକା ମଲିକଙ୍କୁ ବିବାହ କରିଥିଲେ। ତେବେ ବିବାହର କିଛି ବର୍ଷ ପରେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଅବନ୍ତିକାଙ୍କ ମଧ୍ୟରେ ଝଡଗା ଆରମ୍ଭ ହୋଇଥିଲା। ଏହାପରେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଠାରୁ ଅଲଗା ରହୁଛନ୍ତି।

ଉଭୟ ଆଇନଗତ ଭାବରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି। ମାମୁଁ ଅମୀର ଖାନଙ୍କ ପରି ଇମ୍ରାନ ଏବଂ ଅବନ୍ତିକା ଯେକୌଣସି ସମୟରେ ସେମାନଙ୍କର ଅଲଗା ହେବା ନେଇ ଅଫିସିଆଲି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।