IAS ସ୍ତରରେ ବଡଧରଣର ଅଦଳବଦଳ, ଗେହ୍ଲାପୁଅଙ୍କୁ ଝଟକା

0

IAS ସ୍ତରରେ ବଡଧରଣର ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଇଝ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । କିନ୍ତୁ ଏହି ଅଦଳବଦଳରେ ନବୀନ ସରକାରରେ ଥିବା ଗେହ୍ଲା ପୁଅଙ୍କୁ ଲାଗିଛି ଝଟକା । ଓଇଝ ଆର.ଭିନିଲକ୍ରିଷ୍ଣା, ବିଶାଳ ଦେବ ଓ ଜି.ମାଥିଭାଥାନନ୍ ଙ୍କୁ ଲାଗିଛି ଜୋରଦାର ଝଟକା ।

 

୨୦୦୫ ବ୍ୟାଚ୍ IAS ତଥା ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଆଇଏଏସ୍ ତାଲିକାରେ ଥିବା ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗରୁ ହଟାଇ ଦେଇ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି ହୋଇଛି । ୧୯୯୬ ବ୍ୟାଚ୍ IAS ବିଶାଳ କୁମାର ଦେବଙ୍କୁ ଅର୍ଥ ବିଭାଗରୁ ହଟାଇ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେହିପରି ୧୯୯୪ ବ୍ୟାଚ୍ IAS ଶ୍ରୀ ମାଥିଭାଥାନନ୍ ପ୍ରାୟ ୧୦ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର‌୍ୟ୍ୟ କରୁଥିବାବେଳେ ତାଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି ।

୧୯୯୬ ବ୍ୟାଚ୍ IAS ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପାଢ଼ୀ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି  ।

ସେହିପରି ୧୯୯୩ ବ୍ୟାଚ୍ IAS ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ୧୯୯୬ ବ୍ୟାଚ୍ IAS ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଭାବେ  ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ  ତୁଲାଇବେ । ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ସଚିବ ଭାବେ  ଦାୟିତ୍ୱ ଦିଆଯାଇଛି।