ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଅଭିଯୋଗ

0

ଦିଲ୍ଲୀ; କେଜ୍ରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏନେଇ ଦଳ ସୋସିଆଲ ମିଡିଆରେ ପୋଷ୍ଟ ଜାରି ଦାବି କରିଛି । କେଜ୍ରିୱାଲ ପ୍ରଚାର କରୁଥିବା ସମୟରେ ହଠାତ ତାଙ୍କ କାର ନିକଟରେ କିଛି ପ୍ରଦର୍ଶକାରୀ ପହଁଚିଥଲେ ।କଳା ପତାକା ଦେଖାଇ ପାଟିତୁଣ୍ଡ କରିବା ସହ କାର ଉପରକୁ ଟେକା ମାଡ କରଥିବା ଦଳ ଅଭିଯୋଗ କରିଛି । ଏହା ପଛରେ ବିଜେପି ପ୍ରାର୍ଥୀ ପ୍ରଭେଶ ବର୍ମାଙ୍କ ସମର୍ଥକଙ୍କ ହାତ ଥିବା କହିଛି ଆମ ଆଦମୀ ପାର୍ଟି ।

 

ଗତବର୍ଷ ନଭେମ୍ବର ୩୦ରେ ମଧ୍ୟ କେଜ୍ରିୱାଲଙ୍କ ଉପରକଚ କିଛି ତରଳ ପଦାର୍ଥ ଫିଙ୍ଗି ଗିରଫ ହୋଇଥିଲେ ଜଣେ ଯୁବକ । ତେବେ ଘଟଣାକୁ ନେଇ ବିଜେପି ପ୍ରାର୍ଥୀ ପ୍ରଭେଶ ବର୍ମାଙ୍କ ଉପରେ ଆପ ଅଭିଯୋଗ କରିଥିଲେ ବି ଏହାକୁ ଖଣ୍ଡନ କରିଛି ଦଳ।