(ରିପୋର୍ଟସ ଟୁଡେ / ନୂଆଦିଲ୍ଲୀ): ଼ଆମ ଆଦମୀ ପାର୍ଟି ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏହି ନିର୍ବାଚନୀ ଇସ୍ତାହାରରେ ଆମ ଆଦମୀ ପାର୍ଟି ଆସନ୍ତା ୫ ବର୍ଷ ପାଇଁ କଣ କଣ କରିବେ ସେନେଇ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଏପରିକି ଆପ୍ ଜନଲୋକପାଳ ଏବଂ ସ୍ଵରାଜ ବିଲ ଆଣିବାକୁ ପ୍ରତିଜ୍ଞା କରିଛି। ସ୍କୁଲରେ ପିଲାମାନଙ୍କୁ ହାପିନେସ୍ କରିକୁଲମ୍ ଏବଂ ଇଣ୍ଟରପ୍ରିନୋରସିପ୍ କରିକୁଲମ୍ ସଫଳତା ପରେ ଦେଶଭକ୍ତି ପାଠ୍ୟକ୍ରମ ଅଣାଯିବ। ଏହି ଇସ୍ତାହାର ଜରିଆରେ ଦିଲ୍ଲୀକୁ ଏକ ଅଧୁନିକ ଦିଲ୍ଲୀ ରୂପରେ ଗଠନ କରିବା ଦିଗରେ କାମ କରିବ ବୋଲି କେଜରିୱାଲ କହିଛନ୍ତି।
ଆପ୍ ଇସ୍ତାହାରରେ ପ୍ରକାଶ ପାଇଥିବା କେଜରିୱାଲଙ୍କ ୧୦ଟି ପ୍ରମୁଖ ପ୍ରତିଜ୍ଞା ହେଉଛି ଦିଲ୍ଲୀର ସବୁ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା। ଦିଲ୍ଲୀର ସବୁ ବାସୀନ୍ଦାଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ଗ୍ୟାରେଣ୍ଟି। ଶୁଦ୍ଧ ପାନୀୟ ଜଳ ଯୋଗାଣ। ଘରେ-ଘରେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ। ୨୪ଘଣ୍ଟା ଓ ୨୦୦ୟୁନିଟ୍ ଫ୍ରୀ ବିଜୁଳି। ପ୍ରଦୂଷଣ ହ୍ରାସ। ଯମୁନା ସ୍ଵଚ୍ଛ ଅଭିଯାନ। ମହିଳାଙ୍କ ସୁରକ୍ଷା ପାଇଁ ରାସ୍ତାରେ ଲାଗିବ ସିସିଟିଭି, ଷ୍ଟ୍ରୀଟ୍ ଲାଇଟ୍, ମହିଳା ମାର୍ଶଲ। ଦିଲ୍ଲୀ ହେବ ଇକୋନୋମିକ ହବ୍। ଅବୈଧ କଲୋନୀ ଗୁଡ଼ିକୁ ସରକାରୀ ସ୍ଵୀକୃତି ପ୍ରାପ୍ତ କରାଯିବ