ନୂଆଦିଲ୍ଲୀ: ଯୋଗ ହିଁ ସବୁ ରୋଗର ନିଦାନ । ଜୀବନକୁ ସୁସ୍ଥ ଓ ନିରୋଗ ରଖିବା ଲାଗି ପ୍ରତିଦିନ ଯୋଗାଭ୍ୟାସ ଓ ପ୍ରାଣାୟାମ ଅଭ୍ୟାସ କରିବା ନିହାତି ଜରୁରୀ । ୨୦୨୫ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ଯୋଗ ହେଉଛି ବିଶ୍ଵକୁ ଭାରତର ଅନନ୍ୟ ଅବଦାନ। ପ୍ରତି ବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଯୋଗ ଉଭୟ ଶାରୀରିକ ଓ ମାନସିକ ଭାବେ ଶରୀରକୁ ସୁସ୍ଥ ରଖେ। କାହିଁ କେଉଁ କାଳରୁ ଭାରତର ମୁନି ଋଷିମାନେ ଯୋଗ କରି ଆସୁଛନ୍ତି। କିଛି ବର୍ଷ ମଧ୍ୟରେ ଏହାର ପ୍ରଚାର ପ୍ରସାର ମଧ୍ୟ ବଢିଛି। କାରଣ ଏହାର ଅନେକ ଉପାଦେୟତା ଅଛି। ଆଜି ବିଶ୍ଵର ୧୩୦୦ଟି ସହରରେ ଯୋଗ ଦିବସ ପାଳନ କରାଯାଉଛି । ସେପଟେ ଭାରତର କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଯୋଗ ଦିବସ ପାଳନ କରାଯାଇଛି । ଏପରିକି ଜଳ, ସ୍ଥଳ ଏବଂ ବାୟୁ ସେନା ମାନେ ମଧ୍ୟ ଏହି ଦିବସ ପାଳନ କରିଛନ୍ତି । ନଜର ପକାନ୍ତୁ ଅନ୍ତର୍ଜାତୀୟ ଯୋଗ ଦିବସର କିଛି ଫଟୋ ଉପରେ….
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଖାପାଟଣାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ୩ ଲକ୍ଷରୁ ଅଧିକ ଲୋକଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ଉଣଚ) ଅଭ୍ୟାସ କରିଛନ୍ତି।
୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗ କରିଥିଲେ ଏବଂ ଲୋକଙ୍କୁ ସଚେତନ କରାଇଥିଲେ ।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପକୂଳରେ ଏକ ଓଘଝ (ଭାରତୀୟ ନୌସେନା ଜାହାଜ)ରେ ଭାରତୀୟ ନୌସେନା କର୍ମଚାରୀମାନେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଳନ କରିଛନ୍ତି।
ଭାରତୀୟ ସେନାର ଯବାନମାନେ ୧୫,୦୦୦ ଫୁଟ ଉଚ୍ଚତା ଏବଂ ଭାରତ-ଚୀନ ସୀମାରେ ଅବସ୍ଥିତ ଗଲୱାନ ଘାଟିରେ ଯୋଗ ପ୍ରଦର୍ଶନ କରିଥିଲେ।
ଭାରତୀୟ ସେନାର ଯବାନମାନେ ସୁଉଚ୍ଚ ହିମାଳୟର ଉଚ୍ଚତାରେ ଆଧ୍ୟାତ୍ମିକ ଏବଂ ଜାତୀୟ ଏକତା ପ୍ରଦର୍ଶନ କରିଥିଲେ। ଯବାନମାନେ ଏକ ବରଫାବୃତ ହ୍ରଦ କୂଳରେ ମନ୍ତ୍ର ଜପ କରିବା ସହ ସମନ୍ୱିତ ଯୋଗାସନ କରିଥିଲେ।
ଭାରତୀୟ ସେନାର ଯବାନମାନେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶାହି କାଙ୍ଗ୍ଡୀ ହ୍ରଦ, ସିଆଚେନ୍ ଗ୍ଲେସିୟର, ଗଲୱାନ୍ ଉପତ୍ୟକା ଏବଂ ନୁବ୍ରା ଉପତ୍ୟକାରେ ଯୋଗ ପ୍ରଦର୍ଶନ କରିଛନ୍ତି ।
ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲେସିୟର ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନାର ସୈନିକମାନେ ମଧ୍ୟ ବ୍ୟାୟାମ କରି ସେମାନଙ୍କର ଦକ୍ଷତା ଦେଖାଇଥିଲେ।ସୈନିକମାନେ ବେସ୍ କ୍ୟାମ୍ପରୁ ଆଗୁଆ ପୋଷ୍ଟ ପର୍ୟ୍ୟନ୍ତ ଯୋଗ ଅଭ୍ୟାସ କରିଥିଲେ ଏବଂ ପ୍ରମାଣ କରିଥିଲେ ଯେ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଶାନ୍ତି ସମ୍ଭବ।
ଯେତେବେଳେ ଚାପ ଏବଂ ମାନସିକ ସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ବୃଦ୍ଧି ପାଉଛି, ସେତେବେଳେ ଯୋଗ ଅଧିକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାର ଏକ ଉପାୟ ପ୍ରଦାନ କରେ, ଜାତିସଂଘରେ ଭାରତର ପ୍ରତିନିଧି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ଏଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ କହିଛନ୍ତି।
ଭାରତୀୟ ସେନା ନୁବ୍ରା ଉପତ୍ୟକା ଏବଂ ପାଙ୍ଗୋଙ୍ଗ ତ୍ସୋରେ ଯୋଗ ଦିବସ ପାଳନ କରିଥିଲେ। ସେମାନେ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହିତ ମିଶି ଯୋଗକୁ କେବଳ ଏକ ସାମରିକ ଅଭ୍ୟାସ ନୁହେଁ ବରଂ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ କାମ କରିଥିଲେ। ପାଙ୍ଗୋଙ୍ଗ ତ୍ସୋ କୂଳରେ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ର ବିଷୟବସ୍ତୁ ମଧ୍ୟ କାର୍ୟ୍ୟକାରୀ କରାଯାଇଥିଲା।