ଭିଜିଲାନ୍ସ ଜାଲରେ ଅତିରିକ୍ତ ଉପଜିଲ୍ଲାପାଳ

0

ନବରଙ୍ଗପୁର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ସରକାରୀ ବାସଭବନ ସହିତ ୯ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଭୁବନେଶ୍ୱର କାନନ ବିହାର ସ୍ଥିତ ଦୁଇ ମହଲା ବାସଭବନ, ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ୟ୍ୟାଳୟ, ଭଦ୍ରକର ବାହୁଡରଡ ସ୍ଥିତ ପୈତୃକ ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ରେ ୨ଆଡିସନାଲ ଏସପି, ୭ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ହୋଇଥିବାବେଳେ ଯାହା ସୂଚନା ରହିଛି ଉପଜିଲ୍ଲାପାଳଙ୍କ ପଡୋଶୀଙ୍କ ଛାତ ଉପରୁ ବିଡା ବିଡା ଟଙ୍କା ପେଟି ସହ ଗୋଟିଏ ବ୍ରିଫ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫୦୦ ଟଙ୍କାର ବିଡା ବିଡା ନୋଟ୍ ଭର୍ତ୍ତି ହୋଇ ରହିଥିବା ଜଣାପଡିଛି । ଏତେ ଟଙ୍ଗା କୁଆଡୁ ଆସିଲା ଏ ବାବଦରେ ମଧ୍ୟ ପୁଲିସ ତଦନ୍ତ ଚଳାଇଛି ।
ପ୍ରଶାନ୍ତ ରାଉତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ୟ୍ୟ କରୁଥିଲେ। ସେହି ସମୟରେ ବିରିପାଣି ପଞ୍ଚାୟତରେ ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ କରେଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ଏ ମାମଲା ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଶ୍ରୀ ରାଉତଙ୍କ ନାଁ ରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି।