ନବୀନ ନିବାସ ଯିବେ କେନ୍ଦ୍ରଗୃହମନ୍ତ୍ରୀ

0

(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଆଜି ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତ ଶାହ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ସିଧାସଳଖ ନବୀନ ନିବାସ ଅଭିମୁଖେ ଯିବେ। ଦିନ ୧.୦୫ ବେଳେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ। ମଧ୍ୟାହ୍ନ ଭୋଜନରେ ଓଡ଼ିଆ ଖାଦ୍ୟ ସବୁ ପରଷାଯିବ । ଯେମିତିକି ଭାତ, ଡାଲି, ବାଇଗଣ ଭଜା, ଆଳୁ ମଟର, ରୁଟି, ଟମାଟୋ ଚଟଣି, ପାମ୍ପଡ଼, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼, ରସ ମଲାଇ ଏବଂ ଏହାସହ ଘରୋଇ ଶୈଳୀରେ ପ୍ରସ୍ତୁତ ମାଛ ବେସର ମଧ୍ୟ ପରଷାଯିବ ।ମମତା ବାନାର୍ଜୀ, ନୀତିଶ କୁମାରଙ୍କ ସହ ଅନ୍ୟ ପ୍ରତିନିଧିମାନେ ବି ସାମିଲ ହେବେ।ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚି ସିଧା ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି।