(ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ମ୍ୟୁଜିକ ଲେଜେଣ୍ଡ ତଥା ସିଙ୍ଗର ଏଆର୍ ରେହମାନଙ୍କ ଝିଅ ଖତିଜା। ସେ ରିୟାସଦିନ ରିୟାନଙ୍କ ସହ ବିବାହ କରିଛନ୍ତି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଖତିଜାଙ୍କ ବିବାହର ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ ନବବିବାହିତ ଦମ୍ପତି ପୂରା ପରିବାର ସହ ପୋଜ ଦେଉଥିବା ଦେଖିବାକୁ ମିଳିଛି। ଏଆର୍ ରେହମାନ ଖୋଦ୍ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଝିଅ ବାହାଘରର ଫଟୋକୁ ଶେଆର କରିଛନ୍ତି। ଏହି ଫଟୋରେ ଏଆର୍ ରେହମାନଙ୍କ ମା’ଙ୍କ ଫଟୋ ମଧ୍ୟ ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି।
ଫଟୋକୁ ଶେଆର କରି ରେହମାନ କ୍ୟାପସନରେ ଲେଖିଛନ୍ତି, ‘ଝିଅ ଖତିଜା ରିୟାସଦିନ୍ଙ୍କୁ ବିବାହ କରିଛନ୍ତି। ଯିଏ ଜଣେ ଅଡିଓ ଇଞ୍ଜିନିୟର।’ ‘ସମସ୍ତେ ଏହି ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଶୁଭେଚ୍ଛା ଏବଂ ପ୍ରେମ ପାଇଁ ଆଡଭାନ୍ସ ଧନ୍ୟବାଦ।’