୨ ଦିନ ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି
ମୁମ୍ବାଇ କୋର୍ଡିଲିଆ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଛି ।
(ମୁମ୍ବାଇ) : ମୁମ୍ବାଇ କୋର୍ଡିଲିଆ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ଜାମିନ ଆବେଦନ ଶୁଣାଣି ପୁଣି ଘୁଞ୍ଚିଛି । ମୁମ୍ବାଇର ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ସୋମବାର ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ।
ସୂଚନାନୁଯାୟୀ , ବରିଷ୍ଠ ଓକିଲ ଅମିତ ଦେଶାଇ ଆର୍ଯ୍ୟନଙ୍କ ପକ୍ଷ ରଖି କହିଥିଲେ, ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ । ଏଣୁ ଆର୍ଯ୍ୟନଙ୍କୁ ଜାମିନ ମିଳିବା ଆବଶ୍ୟକ । ତାଙ୍କଠାରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତଙ୍କ ସହ ଆର୍ଯ୍ୟନଙ୍କୁ ଜେଲ୍ରେ ବନ୍ଦ ରଖିବା ବେଆଇନ ବୋଲି ସେ କହିଥିଲେ । ତେବେ ଆର୍ଯ୍ୟନଙ୍କୁ ବର୍ତ୍ତମାନ ଜାମିନ ମିଳିଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଏନ୍ସିବି କୋର୍ଟରେ ଦାବି କରିଛି । ଅନ୍ୟପକ୍ଷରେ ଏନ୍ସିବି ଏନେଇ ଜବାବ ରଖିବାକୁ ଏକ ସପ୍ତାହ ସମୟ ମାଗିଥିଲା । କିନ୍ତୁ କୋର୍ଟ ୨ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ଏନ୍ସିବିକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଏନ୍ସିବିର ଜବାବ ଆଧାରରେ ଆର୍ଯ୍ୟନଙ୍କୁ ଜାମିନ ମିଳିବ କି ନାହିଁ ଏହାର ବିଚାର କରାଯିବ ।