ବଢୁଛି ଯମୁନା ନଦୀର ଜଳସ୍ତର । ଫଳରେ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଅନେକ ଭିଆଇପି ଅଞ୍ଚଳରେ ମଧ୍ୟ ପଶିଛି ପାଣି । ପାଣିରେ ବୁଡି ଯାଇଛି ରାସ୍ତାଘାଟ । ଟ୍ରେନ ଲାଇନରେ ମଧ୍ୟ ପଣି ପଶିଯାଇଛି ଫଳରେ ମେଟ୍ରୋ ଟ୍ରେନ ବାତିଲ କରାଯାଇଛି । ଯମୁନା ନଦୀର ଜଳସ୍ତର ବଢିବା ଯୋଗୁଁ ରିଙ୍ଗ ରୋଡ ଆଇଟିଓ, ସିଭିଲ ଲାଇନ୍ସ ଅଞ୍ଚଳ ଏବଂ କରନାଲ ଜିଟି ରୋଡ ସମେତ ଅନେକ ଅଞ୍ଚଳରେ ପାଣି ପସିଛି । ଏହାର ପ୍ରଭାବ ଯାତାୟତ ଉପରେ ପ୍ରଭାବ ପଡିଛି । ଆଉ ଏଥିପାଇଁ ଟ୍ରାଫିକ ଜାମ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡଭାଇଜରୀ ଜାରି କରିଛି ଦିଲ୍ଲୀ ପୋଲିସ ।