ଗୃହରେ ବିରୋଧୀଙ୍କ ହଟଗୋଳ , ୩ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତି

0

(ରିପୋର୍ଟସ ଟୁଡ଼େ): ବିଧାନ ସଭା ଗୃହରେ ବିରୋଧୀଙ୍କ ପ୍ରବଳ ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି । କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରଥମେ ସିବିଆଇ ପଶିବା ପ୍ରସଙ୍ଗରେ ଶାସକ ଦଳକୁ ଘେରିଥିଲେ କଂଗ୍ରେସ ବିଧାୟକ । ସେହିପରି ଢେଙ୍କାନାଳ ବଳରାମପୁରରେ ମଦଭାଟି ପାଇଁ ହଜାରେ ଗଛକଟା ପ୍ରସଙ୍ଗକୁ ନେଇ ବିଜେପି ଶାସକ ଦଳର ସଭ୍ୟଙ୍କୁ ଘେରିଥିଲା । କଂଗ୍ରେସ ସହ ତାଳ ମିଶାଇ ବିଜେପି ମଧ୍ୟ ସିବିଆଇ ପଶିବାକୁ ନେଇ ହଟ୍ଟଗୋଳ କରିଛି ।
ସେହିପରି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କଟିବାନେଇ ଶାସକ ଦଳର ସଭ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ୟ୍ୟ ଆଗେଇ ପାରିନି । ଫଳରେ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି ।