ବାଜପେୟୀଙ୍କ ଜୟନ୍ତ୍ରୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଦେଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ। ଏହି ଅବସରରେ ସଦୈବ ଅଟଳ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଶ୍ରଦ୍ଧାଞ୍ଜଳି ସମାରୋହରେ ରାଷ୍ଟପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ବାଜପେୟୀଙ୍କ ସମାଧୀରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ଅବସରରେ ବିଜେପିର କିଛି ବରିଷ୍ଠ ନେତାମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ବାଜପେୟୀଙ୍କ ଜୟନ୍ତୀ ଅବରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମା ଲୋକାର୍ପଣ କରିବେ। ଲକ୍ଷ୍ନୌରେ ନାଗରିକତା ଆଇନ ବିରୋଧରେ ପ୍ରଦର୍ଶନକାରୀଙ୍କ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଉଚ୍ଚସୁରକ୍ଷା କ୍ଷେତ୍ର ପରିଧିରେ ଥିବା ଲୋକଭବନରେ ଅତ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ ସେ ଆଜି ଅଟଳ ବିହାରୀ ବାଜପେୟୀ ଚିକିତ୍ସା ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ କରିବେ। ଉତ୍ତର ପ୍ରଦେଶ ସରକାର ଏହି ବିଶ୍ଵବିଦ୍ୟାଳୟ ନିମନ୍ତେ ୫୦ ଏକର ଜମି ଯୋଗାଇ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୨୫ ଅପରାହ୍ନ ପ୍ରାୟ ୩ଟାରେ ସ୍ଵତନ୍ତ୍ର ବିମାନରେ ଲକ୍ଷ୍ନୌରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ଲୋକଭବନ ଯିବେ। ସେଠାରେ ସେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମାର ଉନ୍ମୋଚନ କରିବେ।