ଗଡ଼ିଚାଲିଛି ଅଯୋଧ୍ୟା ଶୁଣାଣି

0

(ରିିପୋର୍ଟସ ଟୁଡ଼େ/ଭୁବନେଶ୍ୱର): ପୁଣି ଥରେ ଘୁଞ୍ଚିଲା ଅଯୋଧ୍ୟ ଶୁଣାଣି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆସନ୍ତା ୨୯ ତାରିଖରେ ଶୁଣାଣି ହେବ ନାହିଁ । ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ନାହିଁ। ଜଷ୍ଟିସ୍‌ ଏସ.ଏ. ବୋବ୍‌ଡେଙ୍କ ଅନୁପସ୍ଥିତି ଯୋଗୁ ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁ ଥିବା ଏହି ଶୁଣାଣିକୁ ବାତିଲ କରିଦିଆଯାଇଛି। ପରବର୍ତ୍ତୀ ଶୁଣାଣି କେବେ ହେବ ତାହା ସ୍ଥିର ହୋଇନାହିଁ। ଅଯୋଧ୍ୟା ମାମଲାର ଶୁଣାଣି ଲାଗି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଦୁଇ ଦିନ ତଳେ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଥିଲେ। ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ବୋବ୍‌ଡେଙ୍କ ସମେତ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ, ଏସ.ଏ. ନାଜିର ଏବଂ ଜଷ୍ଟିସ ଏନ.ଭି. ରମାନା ରହିଛନ୍ତି। ପୂର୍ବ ଖଣ୍ଡପୀଠରୁ ଜଷ୍ଟିସ ୟୁ.ୟୁ. ଲଲିତ ଓହରିଯିବାରୁ ଜାନୁୟାରୀ ୧୦ରେ ହେବାକୁ ଥିବା ରାମ ଜନ୍ମଭୂମି-ବାବ୍‌ରୀ ମସ୍‌ଜିଦ ଜମି ବିବାଦର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା।