ବେଙ୍ଗାଲୁରୁ କୁ ଧୋଇଦେଲା ଅଦିନିଆ ବର୍ଷା । ଗତକାଲି ସୋମବାର ୬ ଘଣ୍ଟା ଧରି ଲଗାଣ ବର୍ଷାରେ ଚାଲିଯାଇଛି ଯାଇଛି ଜୀବନ । ଅନେକ ସ୍ଥାନରେ ବର୍ଷା ପାଣି ଜମିଛି । ଜଳବନ୍ଦୀରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ବିଏମଟି ଲେଆଉଟରେ ନିକଟରେ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଜମା ହୋଇଥିବା ପାଣି ନିସ୍କାସନ କରିବା ବେଳେ ବିଦ୍ୟୁତ ଆଘାତରେ ଆସି ୨ ଜଣଙ୍କ ଜୀବନ ଯାଇଛୀ । ମୃତକଙ୍କ ମଧ୍ୟରେ ଜଣେ ୬୩ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନୂ ଜଣେ ୧୨ ବର୍ଷୀୟ ବାଳକରର ମୃତୁ୍ୟ ହୋଇଛି ।
ବିଟିଏମ୍ ଦ୍ୱିତୀୟ ଷ୍ଟେଜ୍ ନିକଟ ଏନଏସ ପାଲ୍ୟାରେ ଥିବା ମଧୁବନ ଆପାର୍ଟମେଣ୍ଟର ବାସିନ୍ଦା କାମଥ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଯାହାଫଳରେ ଜୀବନ ଚାଲିଯାଇଥିଲା। ସେହି ସମୟରେ, ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାମ କରୁଥିବା ଜଣେ ନେପାଳୀ ବ୍ୟକ୍ତିଙ୍କ ପୁଅ ଦିନେଶ ମଧ୍ୟ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ନେଇ ପୋଲିସ କହିଛି। ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।
ସୂଚନା ଥାଉକି, ମହାଦେବପୁରାରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ୩୫ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଶଶିକଳା। ସକାଳ ପ୍ରାୟ ୭ଟାରେ ଏକ ଘରୋଇ ସଂସ୍ଥାରେ ତାଙ୍କ ଘରର ସୁରକ୍ଷା ପାଇଁ ପହଞ୍ଚିଥିଲେ, ଯେତେବେଳେ ବର୍ଷା ଯୋଗୁ ଦୁର୍ବଳ ହୋଇଯାଇଥିବା ଘର ସଫା କରୁଥିବା ସମୟରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଶଶିକଳା ୟଦଗିର ଜିଲ୍ଲାର ବାସିନ୍ଦା, ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।