ବାରବାଟୀ ଟି-୨୦ ମ୍ୟାଚ : ମାସ୍କ ବିନା ବାରବାଟୀ ମନା

0

କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ଚଳଚଞ୍ଚଳ ହୋଇଉଠିଛି ପୁରା ଓଡିଶା । କୋଣସି ପ୍ରକାର ଗଣ୍ଡଗୋଳ ନ ହେବାକୁ ପ୍ରସ୍ତୁତ ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ ଏହାରି ଭିତରେ ଦେଖା ଦେଇଛି କରୋନା ସଂକ୍ରମଣ । ଏଣୁ ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ମିଳିଛି । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟରେ ମଧ୍ୟ ଉଲ୍ଲେଖ ରହିଛି । ସେପଟେ ଗୁଳୁଗୁଳିକୁ ନଜର ରଖି ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ । ଏହା ସହ ଦିଆସିଲ, ହେଲମେଟ୍, ବ୍ୟାଗ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ । ଖୁଚୁରା ପଇସା ନଆଣିବାକୁ ମଧ୍ୟ କୁହାଯାଇଛି । ଓସିଏ ପକ୍ଷରୁ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ACP, ୪୫ ଇନ୍ସପେକ୍ଟର, ୨୭୦ SI ରାଙ୍କ୍ ଅଧିକାରୀ, ୧୧୩ ଜଣ ଟ୍ରାଫିକ ପୋଲିସ, ୪୩ ଜଣ ମହିଳା କନଷ୍ଟେବଳ ମୁତୟନ ହେବେ ।