ବାଲେଶ୍ୱର: ବାଲେଶ୍ୱର ଭଦ୍ରକ ରେ ଗଡ଼ିଲା ବ୍ୟାଟେରୀ ଚାଳିତ ବସ୍ । ଆଜି ଠାରୁ ଅର୍ବାନ ଟ୍ରାନ୍ସଫୋର୍ଟ ଟ୍ରଷ୍ଟ ତରଫରୁ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ଥର ପାଇଁ ବ୍ୟାଟେରୀ ଚାଳିତ ବସ ଚାଲିଛି । ବିଧାୟକ ସ୍ବରୂପ ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ଜିଲ୍ଲାପାଳ ପତାକା ଦେଖାଇ ବସ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ବସ୍ କ୍ଷୀରଚୋରା ମନ୍ଦିର ଠାରୁ ଚାନ୍ଦିପୁର ରୁଟ୍ରେ ଯିବା ଆସିବା କରିବବୋଲି କୁହାଯାଉଛି । ପରବର୍ତ୍ତୀ ସମୟରେ ଅନ୍ୟ ୪ଟି ବସ୍କୁ ମଧ୍ୟ ବିଭିନ୍ନ ରୁଟ୍ରେ ଘରୋଇ ସଂସ୍ଥା ଦ୍ବାରା ପରିଚାଳନା କରାଯିବ ବୋଲି ସ୍ଥିର ହୋଇଛି । ଏହି ବସ୍ ଶୀତତାପ ନିୟନ୍ତ୍ରିତ ଥିବାବେଳେ କମ୍ ଟିକେଟ୍ ଖର୍ଚ୍ଚରେ ଯାତ୍ରୀମାନେ ଏହି ସେବା ପାଇପାରିବେ ବୋଲି କୁହାଯାଇଛି ।