ଉମାମହେଶ୍ଵର ବଣିକ ସଂଘରେ ବିଜେଡି ବୈଠକ

0

ଚିଲିକା/ଦିବ୍ୟକାନ୍ତ ବେହେରା: ଆଜି ବାଲୁଗାଁ ଉମାମହେଶ୍ଵର ବଣିକ ସଂଘରେ ଆୟୋଜନ ହେବାକୁ ଯାଉଛି ଚିଲିକା ବିଜେଡି ବୈଠକ। ତା’ପୂର୍ବରୁ ବିଧାୟକ ରାଲିରେ ଆୟୋଜନ କରିଥିଲେ । ରାଲିରେ ଶହ ଶହ ଲୋକ ବିନା ହେଲମେଟରେ ବାଇକ୍ ଯାତ୍ରା କରିବା ସହ କାହାରି ମୁହଁରେ ମାସ୍କ ନଥିବା ବେଳେ ସାମିଜିକ ଦୂରତା ଏବଂ ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ବେଖାତି କରିଥିବେ ଦେଖାଦେଇଛି । ଖୋର୍ଦ୍ଧା ରେଡ ଜୋନ ଥିବା ବେଳେ ବାଲୁଗାଁ ଅଞ୍ଚଳରେ ସେ ସବୁ ଖାତିର୍ ନକରି ବିଧାୟକ ଜଗଦେବଙ୍କ ସହ ମାଡିଚାଲିଛନ୍ତି ତାଙ୍କ କର୍ମୀ। ଏହି ଭିଡକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ କୋକୁଆ ଭୟ ସୃଷ୍ଟି କରିଛି କରୋନା ମହାମାରୀ ଭୁତାଣୁ। କରୋନାକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସରେ ଜାରି କରିଥିବା ଗାଇଡ୍ ଲାଇନ୍ ଅନୁସାରେ ରାଜନିତୀ ସମାବେଶ ମନା ହୋଇଥିବା ବେଳେ ବର୍ତ୍ତମାନ ବିଧାୟକ କେମିତି ଏ ସବୁ କରିପାରୁଛନ୍ତି ବୋଲି ସାଧାରଣରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।