(ରଜନୀକାନ୍ତ ପାତ୍ର/ହିଞିଳି) ; ଗଞ୍ଜାମ ଜିଲ୍ଲା ର ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆଜି ଠାରୁ ଆରମ୍ଭ ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ହୋଇଛି । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ଭିତରେ ମା’ ଙ୍କ ଏହି ଯାତ୍ରା ହେବ । ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ ରୁ ନିବେଦନ କରାଯାଇଛି ।ପ୍ରତି ସୋମବାର ଦିନ ତାରାତାରିଣୀ ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଗତକାଲି ୪୯ଜଣ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ଏବଂ ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି ।ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରିନଥିଲା । ଭକ୍ତଙ୍କ ବିନା କେବଳ ମା’ ଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ତେବେ ଏହି ପର୍ବ କୁ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଗଞ୍ଜାମ ପୁଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି ।