ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ରହିଛି । ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସେଠାରେ ଜାପାନ ଦୂତାବାସର ସଦସ୍ୟ, କେନ୍ଦ୍ର ଶିଳ୍ପ ଉପନିର୍ଦ୍ଦେଶକ ଯୋଗ ଦେବେ । ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ, ଇଡ଼କୋ ଓ ଇପିକଲ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଯୋଗଦେବାର ସୂଚନା ରହିଛି।