ପୂର୍ବତନ ପିସିସି ସଭାପତିଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ

0

ଭୁବନେଶ୍ୱର/ରାଜେଶ ସାହୁ: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା କଂଗ୍ରେସର ଯୁବ ନେତା ସଂଗ୍ରାମଙ୍କର ପରଲୋକ । ଆଜି ତାଙ୍କର ମୃତ୍ୟୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ କୋଭିଡ୍ ଆକ୍ରାନ୍ତ ହୋଇ ୩ ମାସ ହେବ ଚିକିତ୍ସିତ ହୋଇଆସୁଥିଲେ । ପ୍ରଥମେ ଓଡିଶାରେ ଓ ପରେ ସ୍ଥିତି ଗମ୍ଭୀର ହେବାରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଥିବ।। ତାଙ୍କ ସାନଭାଇ ମନୋଜ ଜେନା ସୂଚନା ଦେଇଛନ୍ତି ।