ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ବିଷମ କଟକ ବ୍ଲକ କଂଗ୍ରେସର ସମର୍ଥନ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥିତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଗହଣରେ ଉପସ୍ଥିତ ହୋଇ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କ ତିନି ଦୋଫା ଦାବୀକୁ ବିଷମ କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ବିଧାୟକ ପ୍ର।ଥି ନୀଳମାଧବ ହିକକ।,ପୂର୍ବତନ ବ୍ଲକ ସଭାପତି ବିଜୟ କିଶୋର ପଟ୍ଟନାୟକ,ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀଯୁକ୍ତ କୃଷ୍ଣ ନାଣାକା,ସାଂସଦ ପ୍ରତିନିଧି ଚନ୍ଦ୍ର ସେଖର କୁସୁଲିଆ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଶିକ୍ଷକ ମାନଙ୍କ ତିନି ଦୋଫା ଦାବୀ ପୂରଣ ନହେବା ଯାଏଁ କଂଗ୍ରେସ ଦଳ ସର୍ବଦା ଆପଣଙ୍କ ସାଥିରେ ରହିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ ସେମାନଙ୍କୁ ଓଡ଼ିଶା ସରକାର ବୈମାତୃକ ମନଭାବ ନରଖି ଯଥାଶୀଘ୍ର ତିନିଦୋଫା ଦାବୀକୁ ପୂରଣ କରନ୍ତୁ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକ ବନ୍ଦହେବା ଯୋଗୁଁ ରାଜ୍ୟ ସରକାର  ଦ୍ରୁତରାଷ୍ଟ୍ର ସାଜିଥିବା ବିଜେଡ଼ି ସରକାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲୁଛନ୍ତି ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ସୋଚୋନୀୟ ହେବାରେ ଲାଗିଛି ତୁରନ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ଦାବୀ  ଗୁଡ଼ିକ ପୂରଣ କରି ଛାତ୍ର ଛାତ୍ରୀଙ୍କୁ ଯଥାଶୀଘ୍ର ଶିକ୍ଷା ଦାନ ପାଇଁ ତ୍ଵରାନିତ କରିବା ପାଇଁ ନହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ ଏହାର ଉଚିତ୍ ଜବାବ୍ ଦେବାକୁ କଂଗେସ ଦଳ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ନୀଳମାଧବ ହିକକା ନିଜର ଅଭିଭାଷଣ ରେ କହିଥିଲେ। ଶିକ୍ଷକ ମାନଙ୍କ ଏହି ଧାରଣା ରେ କଂଗ୍ରେସ ଦଳର ଏହାର ପୂର୍ଣ ସହଯୋଗ ରହିବ ବୋଲି ସେ କହିଛନ୍ତି।