କୃଷ୍ଣସାର ମୃଗ ଶିକାର ମାମଲା: କୋର୍ଟଙ୍କ ସଲମାନଙ୍କୁ ତାଗିତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କୃଷ୍ଣସାର ମୃଗ ଶିକାର ମାମଲାରେ ଆଜି ଶୁଣାଣୀ ଥିବା ବେଳେ ଫିଲ୍ମ ଅଭିନେତା ସଲମାନ ଖାନ ଜୁଲାଇ ୪ରେ କୋର୍ଟରେ ହାଜର ହୋଇ ନାହାନ୍ତି । ସଲମାନଙ୍କ ଓକିଲ ଏଥିନେଇ କୋର୍ଟଙ୍କୁ କ୍ଷମା ମାଗିଛନ୍ତି। କିନ୍ତୁ କୋର୍ଟ ଏହା ଉପରେ ଗଭୀର ଅସନ୍ତୋଷ ପ୍ରକଟ କରି ସଲମାନ କଣ ପାଇଁ ହାଜର ହେଲେ ନାହିଁ ତାହା ପଚାରିଛନ୍ତି? ଆଗାମୀ ତାରିଖରେ ସଲମାନଙ୍କୁ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ହାଜର ନ ହେଲେ ଜାମିନ ଖାରଜ କରି ଦିଆଯିବ ବୋଲି ରୋକଠୋକ କହିଛନ୍ତି। ଏହି ମାମଲାରେ ସିଜେଏମ ଗ୍ରାମୀଣ କୋର୍ଟରେ ସଲମାନଙ୍କୁ ୫ ବର୍ଷର ଜେଲ ସଜା ଶୁଣାଇଥିଲେ। ଏହା ଉପରେ ସଲମାନଙ୍କ ଅପିଲ କ୍ରମେ ଜିଲ୍ଲା ଏବଂ ସେସନ ନ୍ୟାୟାଳୟ ଯୋଧପୁରରେ ଶୁଣାଣି ଜାରି ରହିଛି।
ସୂଚନା ଯୋଗ୍ୟ, ସଲମାନଙ୍କ ବିରୋଧରେ ଯୋଧପୁରର ବିଭିନ୍ନ କୋର୍ଟରେ ଗତ ୨୦ବର୍ଷର୍ରୁ ଅଧିକ ସମୟ ଧରି ଅନେକ ମାମଲା ଚାଲିଛି। ସଲମାନଙ୍କ ଗତ ୨୦ ବର୍ଷ ରେକର୍ଡକୁ ଦେଖିଲା ଜଣା ପଡେ ସଲମାନ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ହେଉଥିଲେ । ମାତ୍ର ଗତ କିଛି ମାସ ହେବ ସେ କୋର୍ଟରେ ହାଜର ହେଉ ନାହାନ୍ତି।