ମାନସିକ ଚାପରେ ସାହାଯ୍ୟ କରିବା ପାଇଁ ଏମିତି ଭିଡିଓ ସେୟାର କଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଏଞ୍ଜାଇଟି ସମସ୍ୟା ସହିତ ଜଡିତ ।

0

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି ଯାହା ଏଞ୍ଜାଇଟି ସମସ୍ୟା ସହିତ ଜଡିତ । ଦୀପିକା ଏହି ଭିଡିଓରେ ଏଞ୍ଜାଇଟିର ସାମ୍ନା କରିବାର ଉପାୟ ବତାଇଛନ୍ତି ଏବଂ ଏହା ସହିତ ନିଜ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ଯେ ‘ଯାହାକୁ ବି ଯାଦୁ କି ଝପ୍ପି ଦରକାର ତାକୁ ଟ୍ୟାଗ୍ କରନ୍ତୁ ।’

ସୂଚନାନୁଯାୟୀ , ଦୀପିକା ସବୁବେଳେ ମାନସିକ ସଚେତନତା ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ୨୦୧୫ ମସିହାରେ ସେ ଜଣାଇଥିଲେ ଯେ ସେ ଡିପ୍ରେସନର ସାମ୍ନା କରିସାରିଛନ୍ତି । ମାନସିକ ଚାପ ମଧ୍ୟରେ ଗତି କରୁଥିବା ଲୋକଙ୍କ ପାଇଁ ସେ ଲାଇଫ୍ ଲଭ୍ ଲାଫ୍ ଫାଉଣ୍ଡେସନ ମଧ୍ୟ ଚଳାନ୍ତି । ଯେହେତୁ ସେ ନିଜେ ଏହି ସମସ୍ୟା ଦେଇ ଗତି କରିଛନ୍ତି ତେଣୁ ସେ ଅନ୍ୟ ମାନଙ୍କ ଏହି ସମସ୍ୟାକୁ ସଠିକ୍ ଭାବେ ବୁଝିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ।