ବ୍ୟୁରୋ : କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୁ ନେଇ ଆଲୋଚନା ହୋଇଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ରଖିଲେ ବକ୍ତବ୍ୟ । ଏହି ସମୟ ହିଁ ଉପଯୁକ୍ତ ସମୟ ଓଡିଶା ରେ ନିବେଶ କରିବା ପାଇଁ । ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ଆମେ ଚାଷୀ ବା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛୁ । ସ୍ମାର୍ଟ ଫାର୍ମୀଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ଆମ ସରକାର କାର୍ୟ୍ୟ କରୁଛନ୍ତି । ଜୈବିକ ପ୍ରଣାଳୀ ରେ ଚାଷ ଆମ ସରକାରଙ୍କ ଫୋକସ । ଆପଣ ଆସନ୍ତୁ ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ରେ ପୁଞ୍ଜି ନିବେଶ କରନ୍ତୁ। ଯୁବ ଉଦ୍ୟୋଗୀ ମାନେ ମଧ୍ୟ ଆଗେଇ ଆସନ୍ତୁ ଆମେ ଏହି ଶିଳ୍ପ ନୂଆ ବିପ୍ଳବ ଆଣିବା । ପ୍ରକାଶ ଥାଉ କି, ଶୀତଳ ଭଣ୍ଡାର ପାଇଁ ନୂଆ ପିଲିସି ଆଣିଲେ ରାଜ୍ୟ ସରକାର । ଉତ୍କର୍ଷ ଓଡିଶା କାର୍ୟ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ରବି ନାୟକ ଓ ଗୋକୁଳା ନନ୍ଦ ମଲିକ ଏହାର ଶୁଭାରମ୍ଭ କଲେ ।