ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସଂଗଠନ ପର୍ବ ‘ରାଜ୍ୟ କର୍ମଶାଳା’ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ସଠିକ ଭାବେ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ କରିବା ସହ ମୋଦି ସରକାରଙ୍କ ଲୋକକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକୁ କିପରି ଘରେ ଘରେ ପହଞ୍ଚାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।