ଜଗତସିଂହପୁର/ପ୍ରତାପ କୁମାର ସିଂ : ଜଗତସିଂହପୁର ଜିଲ୍ଲା ଶାରଦା ମଣ୍ଡପ ପରିସର ମଧ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ରବିଜୁ ଜନତା ଦଳର ପର୍ଯ୍ୟବ୍ୟକ୍ଷକ ତଥା ବିଧାୟକ ଡକ୍ଟର ଅରୁଣ ସାହୁ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲୀ, ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାଶ, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ରାଜ୍ୟ ଯୁବ ବିଜୁ ଜନତା ଦଳ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଜଗତସିଂହପୁର ଜିଲ୍ଲା ପରିଷଦର ଅଧକ୍ଷ ମନୋଜ ଭୋଇ,ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ରବି ନାରାୟଣ ଜେନା ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ରହିଥିଲେ l
ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ନିକଟରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ୍ତ ପ୍ରଜ୍ବଳନ କରି ଏହି ପ୍ରଶିକ୍ଷଣ ଶିବର ଅନୁଷ୍ଠିତ କରାଯାଇ ଥିଲା l ଜିଲ୍ଲା ସମସ୍ତ ଆଠ ଟି ବ୍ଲକ ଓ ଦୁଇଟି ପୌରପରିଷଦ ର ସମସ୍ତ ବିଜୁ ଛାତ୍ର ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିର ରେ ଭାଗ ନେଇ ଦଳ ର ନେତା ମାନଙ୍କ ଠାରୁ କିଭଳି ଦଳକୁ ସୁଦୃଢ କରି ଲୋକ ମାନଙ୍କ ପାଖରେ ପହଂଚି ହେବ ସେ ସମ୍ବଦ୍ଧରେ ଗ୍ୟାନ ଆହୋରଣ କରିଥିଲେ l ଶେଷରେ ଦଳର ନେତୃ ମଣ୍ଡଳୀ ମାନେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ମାନଙ୍କ ଦ୍ୱାର କିପରି ଜିଲ୍ଲା ରେ ସଂଗଠନ ମଜବୁତ କରାଯିବା, ସରକାର ଙ୍କ ସମସ୍ତ ଯୋଜନା ତୃଣ ମୂଳ ସ୍ଥଳରେ ସାଧାରଣ ଲୋକଙ୍କ ପାଖରେ କିପରି ପହଂଚି ପାରିବ ତା ସହିତ ଆସୁଥିବ ବିଧାନ ସଭା ନିର୍ବାଚନ ରେ ଦଳର ପାର୍ଥ ମାନଙ୍କୁ କିପରି ଭାବେ ନିର୍ବାଚନ ରେ ସଫଳ ମଣ୍ଡିତ କରି ହେବ ସେ ସମ୍ପର୍କରେ ଯୁବ ଓ ଛାତ୍ର ମାନଙ୍କୁ ଆଲୋକପାତ କରାଇ ଥିବାର ଦେଖା ଯାଇଛି l