ରେଳୱ ଟେକର ନୂତନ କର୍ମକର୍ତ୍ତା ନିର୍ବାଚିତ

0

(ଗୋପ / ଜୟନ୍ତ କୁମାର ସେଠୀ ) : ପୁରୀ ରେଳୱ ଟେକର ଓ ଟ୍ୟାକ୍ସି ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛନ୍ତି । ଏହି ପରିପେକ୍ଷୀରେ ଆସୋସିଏସନର ପରିସରରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେତେକ କାରଣ ନେଇ ସଭାପତି ନିର୍ବାଚନକୁ ସମସ୍ତଙ୍କ ସହ ମତିରେ ସ୍ଥଗିତ ରଖାଯାଇଥିଲା । ଏହି ନିର୍ବାଚନରେ ପ୍ରାୟ ୧୬୯ ଜଣ ଆସୋସିଲସନର ସଦସ୍ୟ ମାନେ ନିଜ ନିଜର ମତଦାନ କରିଥିଲେ । ଏଥିରେ ଉପସଭାପତି ଭାବେବଳରାମ ସ୍ୱାଇଁ, ସେକ୍ରେଟାରୀ ଅକ୍ଷୟ ସ୍ୱାଇଁ, ଉପ ସେକ୍ରେଟାରୀ ମନୋଜ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ପ୍ରସାନ୍ତ ନାୟକଙ୍କୁ ନିର୍ବାଚିତ ହୋଇଥିବା ଜଣାପଡିଛି । ନୂତନ କର୍ମକର୍ତ୍ତା ମାନଙ୍କୁ ସଦସ୍ୟ ମାନେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ନୂତନ ନିର୍ବାଚିତ ସଭ୍ୟ ମାନେ ସଂଘ ପାଇଁ କାମ କରିବେ ବୋଲି କହିଥିଲେ ।