ଥମୁନି ମମତା କୁଲକର୍ଣ୍ଣିଙ୍କୁ ନେଇ ଚର୍ଚ୍ଚା । ପ୍ରତ୍ୟେକ ଦିନ ତାଙ୍କୁ କିଛି ନୂଆ ଖବର ସାମ୍ନାକୁ ଆସୁଛି । ମହାକୁମ୍ଭ ୨୦୨୫ରେ, ସେ କିନ୍ନର ଆଖଡାରୁ ମହାମଣ୍ଡଳେଶ୍ଵର ହୋଇଥିଲେ। ଏହି ପଦବୀ ତାଙ୍କ ଠାରୁ ମାତ୍ର ୭ଦିନ ମଧ୍ୟରେ ଛଡ଼ାଇ ନିଆଯାଇଥିଲା। ବର୍ତ୍ତମାନ ଚାଲିଥିବା ଉତ୍ତେଜନା ଏବଂ ବିରୋଧ ମଧ୍ୟରେ ମମଲା କୁଲକର୍ଣ୍ଣି ପୁଣି ଥରେ ମହାକୁମ୍ଭ ପହଞ୍ଚିଛନ୍ତି। ମମତା କୁଲକର୍ଣ୍ଣୀଙ୍କର ନୂଆ ଫଟୋ ସାମ୍ନାକୁ ଆସିଛି । ସେ ନିଜ ଚେହେରାରେ ଭସ୍ମ ଲଗାଇ ଶୃଙ୍ଗାର କରିଛନ୍ତି ।
କିନ୍ନର ଆଖଡ଼ାର ଆଚାର୍ୟ୍ୟ ମହାମଣ୍ଡଳେଶ୍ୱର ଡ. ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି । ଗତ ୨୪ ତାରିଖରେ ମମତା କୁଲକର୍ଣ୍ଣୀଙ୍କୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ୱର ପଦବୀ ପ୍ରଦାନ କରିଥିଲେ । ଏହା ପରେ ତାଙ୍କ ମହାମଣ୍ଡଳେଶ୍ୱର ପଦକୁ ନେଇ ସମାଲୋଚନା ହୋଇଥିଲା ।
ପୂର୍ବରୁ ତାଙ୍କ ନାମ ଡ୍ରଗ୍ସ ମାଫିଆଙ୍କ ଯୋଡା ଯାଇଥିବା ବେଳେ ଆଉ କେହି ତାଙ୍କ ପିଲ୍ମ କ୍ୟାରିଅରକୁ ନେଇ ଆଙ୍ଗୁଳି ଉଠାଇଥିଲେ । ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ ଓ ଯୋଗ ଗୁରୁ ରାମଦେବଙ୍କ ସମେତ ଅନେକ ସନ୍ଥ ଏହାକୁ ବିରୋଧ କରିଥିଲେ । ନିଜକୁ କିନ୍ନର ଆଖଡ଼ାର ସଂସ୍ଥାପକ ବୋଲି ଦାବି କରୁଥିବା ଋଷି ଅଜୟ ଦାସ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଓ ମମତାଙ୍କୁ ଆଖଡ଼ାରୁ ନିଷ୍କାସିତ କରିଥିବା କହିଥିଲେ ।