(ରିପୋର୍ଟସ ଟୁଡ଼େ / କଳାହାଣ୍ଡି ): ଜାତୀୟ ସ୍ତରରେ ଚମକିଲେ କଳାହାଣ୍ଡିର ସୁନା ଝିଅ ସାଇନା ଅଗ୍ରୱାଲ । ସୁନାମ ଜିତି ପରିବାର ପାଇଁ ସୁନାମ ଆଣିବା ସହିତ ଜିଲ୍ଳା ସମେତ ରାଜ୍ୟ ପାଇଁ ଆଣିଛନ୍ତି ଗୈାରବ ।
ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍ ଓ ଫାଉଣ୍ଡେସନ ପରୀକ୍ଷାରେ ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସାଇନା । ସେ ମୋଟ ୪୦୦ ମାର୍କରୁ ୩୬୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ତେବେ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସାଇନା । ସିଏ ପରୀକ୍ଷା ପାଇଁ ସାଇନା ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ, ଯାହାର ଫଳ ଆଜି ତାକୁ ମିଳିଛି ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି । ସାଇନାଙ୍କ ଏହି ସଫଳତାକୁ ନେଇ ପୂରା ପରିବାର ଗର୍ବ ଅନୁଭବ କରୁଥିବା ସହ ଅଞ୍ଚଳବାସୀ ମଧ୍ୟ ଗର୍ବ ଅନୁଭବ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।
କଳାହାଣ୍ଡି ଜୁନାଗଡ଼ର ବାସିନ୍ଦା ସାଇନା ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ପଢୁଛନ୍ତି । ତାଙ୍କ ପିତା ସୁନୀଲ କୁମାର ଅଗ୍ରଓ୍ଵାଲ ଜୁନାଗଡ଼ର ଜଣେ ବ୍ୟବସାୟୀ ।