ଟୁଇଟର ପରେ ଇନଷ୍ଟା ଓ ଫେସବୁକରୁ ରାହୁଲଙ୍କ ପୋଷ୍ଟ ଉଡାଇ ଦିଆଗଲା

0

ନୂଆଦିଲ୍ଲୀ: ପୁଣି ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପୋଷ୍ଟ ହଟିଲା । ଫେସବୁକ ଓ ଇନଷ୍ଟାଗ୍ରାମ ପୋଷ୍ଟକୁ ଉଡାଇ ଦେଇଛି । ଟୁଇଟର ପରି ସମାନ ଅଭିଯୋଗ ରହିଛି ଫେସବୁକ ଓ ଇନଷ୍ଟାଗ୍ରାମର । ଉଡାଇ ଦିଆଯାଇଥିବା ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ପରିବାରଙ୍କ ପରିଚୟ ଜଣାପଡ଼ୁଥିବାରୁ ପୋଷ୍ଟ ହଟାଇ ଦିଆଯାଇଛି । ପୂର୍ବରୁ ଟୁଇଟର ମଧ୍ୟ ସମାନ ପୋଷ୍ଟକୁ ଡିଲିଟ କରି ରାହୁଲଙ୍କ ଆକାଉଣ୍ଟକୁ ଲକ କରିଦେଇଥିଲା ।
ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଓ ଜୋରଜବରଦସ୍ତ ଶବସଂସ୍କାର କରାଯାଇଥିଲା। ଏହି ଘଟଣାରେ ରାହୁଲ ପୀଡିତାଙ୍କ ପରିବାରକୁ ଭେଟିଥିଲେ ସେ ସେତେବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । କିନ୍ତୁ ଏହା ଦ୍ୱାରା ପୀଡିତା ପରିବାରର ପରିଚୟ ସାର୍ବଜନୀନ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଓ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ବ୍ଲକ କରି ଦେଇଥିଲା । ଏବେ ଫେସବୁକ ଓ ଇନଷ୍ଟାଗ୍ରାମ ବି ରାହୁଲ ଗାନ୍ଧିଙ୍କ ପୋଷ୍ଟକୁ ହଟାଇ ଦେଇଛି।