ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଗଠନର ପ୍ରତ୍ୟାଖ୍ୟାନ । କ୍ରାନ୍ତିକାରୀ କିସାନ ୟୁନିଅନର ସଭାପତି ଦର୍ଶନ ପାଲ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ପ୍ରସ୍ତାବକୁ ସଂଗଠନ ପ୍ରତ୍ୟାଖ୍ୟାନ କରିଥିବା ସୂଚନା ଦେଇଛନ୍ତି । ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି। ଏନେଇ ଡିସେମ୍ୱର ୧୨ ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବାର ଯୋଜନା ସମ୍ପର୍କରେ ଦର୍ଶନ ପାଲ କହିଛନ୍ତି।
ଅନ୍ୟପଟେ ସିପିଆଇ-ଏମ୍ ନେତା ସୀତାରାମ ୟେଚୁରୀ କହିଛନ୍ତି କେନ୍ଦ୍ର ତିନି କୃଷି ବିଲକୁ ୨୫ରୁ ଅଧିକ ରାଜନୀତିକ ଦଳ ବିରୋଧ କରୁଛନ୍ତି। ସରକାର ଆଣିଥିବା ଏହି ତିନି ଆଇନ ଦେଶ ସ୍ୱାର୍ଥରେ ନୁହେଁ। ଏଥିସହ ଏହି ତିନି ଆଇନ୍ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ବୋଲି ସେ କହିଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ବୈଠକ କରିଥିଲେ। ଏଥିରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗଦେଇଥିଲେ। ଏହାପରେ ଆଜି ହେବାକୁ ଥିବା ଚାଷୀ ସଂଗଠନର ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ୬ଷ୍ଠ ରାଉଣ୍ଡ ବୈଠକକୁ ସ୍ଥଗିତ ରଖାଯାଇଛି। ଏହାପରେ କେନ୍ଦ୍ର ସରକାର ଚାଷୀଙ୍କ ପାଖକୁ ନୂଆ ପ୍ରସ୍ତାବ ଦେଇଥିଲେ। ଯାହାକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଛନ୍ତି।