(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରାୟ ଯୋଜାନା କରିସାରିଲେଣି । କିଏ ପର୍ଯ୍ୟଟନ ସ୍ଥଳୀବୁଲିବାକୁ ଯୋଜନା କରିଛନ୍ତି ତ ଅନ୍ୟ କେହିଁ ସାଙ୍ଗସାଥୀ ସହିତ ଜିରୋ ନାଇଟ ପାଇଁ ସେଲିବ୍ରେସନର ର ଯୋଜନା କରୁଥିବା ବେଳେ ଅନ୍ୟ କେହି ନିଜ ପରିବାର ଓ ସାଙ୍ଗସାଥୀଙ୍କୁ ଫୁଲ ଏବଂ ଗିଫ୍ଟ ଦେଇ ନବବର୍ଷର ସ୍ୱାଗତ କରିବାକୁ ଯୋଜନା ରହିଛନ୍ତି ।
ନୂଆବର୍ଷରେ ଫୁଲ ଓ ବୁକେ ବେପାର ଅଧିକ ଜମେ। ଏଥିପାଇଁ ବେପାରିମାନେ କୋଲକାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡରୁ ଫୁଲ ମଗାଇ ସାରିଲେଣି। ଲିଲି, କାନେଶାନ୍, ଅର୍କିଡ୍, ବିଓପି, ଆନ୍ଥୋରିୟମ୍, ଜାର୍ଭେରା, ଗାଡ୍ଡି, ଷ୍ଟାର୍, ସେବତୀ, କିସାନ୍ତିବାର୍, ଡାଜ୍ ରୋଜ୍ଠାରୁ ଆରମ୍ଭ କରି ଲାଲ୍, ନାରଙ୍ଗୀ, ହଳଦିଆ, ଗୋଲାପୀ, ଧଳା ରଙ୍ଗର ଗୋଲାପ ଫୁଲ ବାହାରୁ ମଗାଇଛନ୍ତି। ଏଥିସହ ଏରିକା, ସୋନାବିଣ୍ଡା ଓ ପାରାକମ୍ ଆଦି ପତ୍ର ମଗାଇଛନ୍ତି। ଅନ୍ୟ ଦିନ ଅପେକ୍ଷା ନୂଆବର୍ଷରେ ସେମାନଙ୍କ ବେପାର ଖୁବ୍ ଜମେ ବୋଲି କହିଛନ୍ତି ସୂର୍ୟ୍ୟନଗରସ୍ଥିତ ବାବା ପଞ୍ଚଲିଙ୍ଗେଶ୍ବର ଫ୍ଲାଓ୍ୱାରିଷ୍ଟର ସୂର୍ୟ୍ୟକାନ୍ତ ସ୍ବାଇଁ। ‘ଅର୍କିଡ୍’ ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡରୁ ଆମଦାନି ହେଉଥିବା ବେଳେ ଗୋଲାପ ସବୁ କୋଲ୍କାତାରୁ, ଲିଲି ବେଙ୍ଗାଲୁରୁରୁ ଓ ବାକ୍ସୋ ପାରାଡାଇଜ୍ ମଣିପୁରରୁ ଭୁବନେଶ୍ବରକୁ ଆସୁଛି। ଲିଲିର ଦାମ୍ ଗୋଟା ପିଛା ୧୨୫- ୧୩୦ ଟଙ୍କା ଥିବା ବେଳେ ଅର୍କିଡ୍ ଗୋଟାର ଦାମ୍ ୫୦ ଟଙ୍କା ଓ ଗୋଲାପ ୧୦ରୁ ୨୦ ଟଙ୍କା ରହିଛି। ୫୦ ଟଙ୍କାରୁ ନେଇ ବିଭିନ୍ନ ରକମର ଫୁଲତୋଡ଼ା ଉପଲବ୍ଧ ହୁଏ ବୋଲି ସେ କହିଛନ୍ତି। ୩୧ ତାରିଖ ରାତି ଓ ଜାନୁଆରି ପହିଲା ଦୁଇ ଦିନରେ ପ୍ରାୟ ୨ରୁ ଅଢ଼େଇ ଲକ୍ଷ ଟଙ୍କାର ବ୍ୟବସାୟ ଆଶା ରଖିଛନ୍ତି।