ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ

0

ଅନୁଗୁଳୁ  : ଅନୁଗୁଳୁ  ଜିଲ୍ଲା କଣିହାଁ ବ୍ଲକ ପାରାବିଲ ପଂଚାୟତ ଅନ୍ତର୍ଗତ ଗହମ ଆମ୍ବତୋଟା ଠାରେ ପାଳଲହଡା ନିର୍ବାଚନ ମଣ୍ଡଳୀ 10ନୁମ୍ବର ଜୋନ ତରଫରୁ ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅଥିତି ଭାବେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଅବନୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ 9ନୁମ୍ବର ଜୋନର ଜିଲ୍ଲାପରିଷଦ ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ  l ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ 200ରୁ ଅଧିକ ସଦସ୍ୟ ଏହି ବନ୍ଧୁ ମିଳନ ଉତ୍ସବରେ ଉପସ୍ଥିତ ଥିଲେ l ଶ୍ରୀ ସାହୁ ସମସ୍ତ ସଦସ୍ୟଙ୍କୁ ଗୁରୁ ମନ୍ତ୍ର ଦେବା ସହିତ ଆଗାମୀ ଦିନରେ ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ କେମିତି ଆହୁରି ଶକ୍ତିଶାଳୀ ହେବ ପାଳଲହଡା ନିର୍ବାଚନ ମଣ୍ଡଳୀରେ ତାହା ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି l