(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୁକ୍ରବାର ଦିନ ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ ହେବାକୁ ଅଛି । ତେଣୁ ଆଜି ସରକାର ସଦନକୁ ଆର୍ଥିକ ସର୍ଭେ ରିପୋର୍ଟ ପ୍ରଦାନ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି, କିପରି ଏହା ସାଧାରଣ ନାଗରିକର ବିଶ୍ୱାସ ଭାଜନ ହୋଇପାରିବ । ତେବେ ସର୍ଭେ ରିପୋର୍ଟ ୨୦୧୯-୨୦ ଅନୁଯାୟୀ, ଦେଶର ଜିଡିପି ଗ୍ରୋଥ ରେଟ ୭ ପ୍ରତିଶତ ରହିଛି, ଯେଉଁଥିରେ ଆଗାମୀ ଆର୍ଥିକ ବର୍ଷ ପାଇଁ ନିତିଗତ ନିଷ୍ପତିର ସକେଂତ ରହିଛି ।
ସର୍ଭେ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଆର୍ଥିକ କ୍ଷତିରେ ହ୍ରାସ ହୋଇଛି ଓ ଏହା ଜିଡିପିର ମାତ୍ର ୫.୮ % ରହିଛି, ଯାହା ଗଚ୍ଛବର୍ଷ ୬.୪ % ରହିଛି । ଆର୍ଥିକ ସର୍ଭେ ଅନୁଯାୟୀ, ଭାରତକୁ ୨୦୨୫ ପର୍ଯ୍ୟନ୍ତ ୫ ଟ୍ରିଲିୟମ ଆର୍ଥିକ ବ୍ୟବସ୍ଥା ପ୍ରସ୍ତୁତ କରିବାର ଅଛି, ତେଣୁ ଲଗାତର ୮% ବୃଦ୍ଧି ହାରରେ ଅର୍ଥବ୍ୟବସ୍ଥାତା ଗତିଶୀଳ କରିବାକୁ ହେବ । କୁହାଯାଉଛି, ନିର୍ବାଚନ କାରଣରୁ ଜିଡିପିରେ ହ୍ରାସ ହୋଇଛି ।