ବ୍ୟୁରୋ: ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି । ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଅ।ପଣ ଅଦା ଦ୍ୱାରା ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଅ।ଣିବାକୁ ଚାହାଁନ୍ତି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।
ଅଦା ପାଣିରୁ ମିଳୁଥିବା ଫାଇଦା :
* ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡବଡ ହୋଇଥାଏ । ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ଏହି ଲୋକମାନଙ୍କ ପାଇଁ ଅଦା ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଦା ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ବାନ୍ତି ହେବାର ସମସ୍ୟା ଦୂର ହୋଇଥାଏ ।
* ଅଦା ପାଣିରେ ଜିଙ୍କର ଏକ ଉତ୍ତମ ଭାଗ ରହିଥାଏ ଯାହା ଶରୀରରେ ଇନସୁଲିନ୍ କ୍ଷରଣ ବଢାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ମଧ୍ୟ ଲାଭଦାୟକ ହୋଇଥାଏ ।
*ଏହା ହୃଦରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ । କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଦା ପାଣି ସହାୟକ ହୋଇଥାଏ । ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନ୍ କିଲର୍ ଖାଇଥାନ୍ତି । କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ତେଣୁ ଏଥିଲାଗି ଅଦା ପାଣି ପିଅନ୍ତୁ ।