(ଜୟନ୍ତ କୁମାର ସେଠୀ/ପିପିଲି): ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ନିର୍ମାଣଧୀନ ଏକ ମଣ୍ଡପ କାର୍ୟ୍ୟକୁ ନେଇ ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ମଣ୍ଡପ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ଆଣି ୱାର୍ଡ ସଭ୍ୟ, ସଭ୍ୟା ଓ ସ୍ଥାନୀୟ ଲୋକେ କାର୍ୟ୍ୟ ବନ୍ଦ କରିଥିଲେ । ଏହି ସମୟରେ ମଣ୍ଡପ କାର୍ଯ୍ୟ କରୁଥିବା ଗୋଷ୍ଠୀ ଘଟଣାସ୍ଥଳରେ ପହଞ୍ଚଥିଲା । ଉକ୍ତ କାମକୁ ବିରୋଧ କରୁଥିବା ଲୋକଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ପରେ ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉତ୍ତେଜନା ବୃଦ୍ଧି ପାଇବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।