ଭୁବନେଶ୍ୱର: ଆଜିବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୬ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କଛି ଆଞ୍ଚଳିକ ପାଣିପାଗକେନ୍ଦ୍ର । ଝାରସୁଗୁଡା , ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଏବଂ ଦେବଗଡ ଜିଲ୍ଲାରେ ହଟ ୱେଦର କଣ୍ଡିସନ ରହିବ । ସମସ୍ତ ପ୍ରକାର ସ୍ଥିତିର ମୁକାବିଲାପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଅଂଶୁଘାତ ମୁକକାବିଲାପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆସନ୍ତା କାଲିଠୁ ତାତିରେ ଲାଗିବ ବ୍ରେକ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କପ ବାୟୁର ପ୍ରବାହ କମିଛି । ଏହାସହ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଚି । ପ୍ରଭାବରେ ତାତିରେ ବ୍ରେକ ଲାଗିବା ସହ ପୁଣି କାଳବୈଶାଖୀ ଜନତ ବର୍ଷା ଜାରି ରହିବ । ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଶର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଗତ କାଲି ୪୨ ଡିଗ୍ରୀ ଉପରେ ରାଜ୍ୟର ୧୦ ସହର ତାପମାତ୍ରା ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ରହିଥିଲା ୨୫ ସହର ର ପାରଦ । ୪୪ଡିଗ୍ରୀ ସହ ରାଜ୍ୟର ପ୍ରଥମ ଓ ବିଶ୍ୱର ଉତ୍ତପ୍ତ ସହର ପାଲଟି ଥିଲା ବାରିପଦା ।