ଆଗାମୀ ୭ଦିନ ପାଇଁ ରାଜ୍ୟରେ ପ୍ରବଳ କାଚିବ ବର୍ଷା

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରାଜ୍ୟରେ ପ୍ରବଳ ବର୍ଷା । ଆଗାମୀ ୭ଦିନ ପାଇଁ ରାଜ୍ୟରେ ପ୍ରବଳ କାଚିବ ବର୍ଷା । କାରଣ ଆଜିଠୁ ଖସିବ ତାପମାତ୍ରା କମିବ ଗୁଳିଗୁଳି । ରାଜ୍ୟରେ କିଛିଦିନ ଧରି ଖରା ସାଙ୍ଗକୁ ଗୁଳି ଗୁଳି ପ୍ରବଳ ମାତ୍ରାରେ ରହିଥିଲା । ଏହାସହିତ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ଲାଗି ରହିଥିଲା । ହେଲେ ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ତାପାମାତ୍ରା ଖସିବ । କାରଣ ରାଜ୍ୟକୁ ପୁଣି ମୌସୁମୀ ଫେରୁଛି ବୋଲି ଆସନ୍ତାକାଲି ଠାରୁ ପାଣିପାଗ କେନ୍ଦ୍ର । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବ । ମୌସୁମୀ ପ୍ରବହ ନେଇ ଅନୁକୂଳ ରହିଛି ପାଗ । ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି ।