(ଅନୁସ୍ୱୟା)ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଲଗାଣ ବର୍ଷା କାରଣରୁ ଏହା ଆଜି ଦିନ ୯ଟା ସୁଦ୍ଧା ଜଳପତ୍ତନ ୫୯୯.୨୩ ଫୁଟରେ ରହିଛି । ଯାହା ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେଲେ ବିପଦ ସୃଷ୍ଟି କରିବ । ବର୍ତ୍ତମାନ ସୁଦ୍ଧା କୈାଣସି ବିପଦ ନଥିବା ଜଣାପଡ଼ିଛି । ଉପରମୁଣ୍ଡରେ ବର୍ଷାସ୍ଥିତିକୁ ଦେଖି ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯିବ ।
ନିକଟରେ ମୈାସୁମୀ ଦୁର୍ବଳ ହୋଇପଡ଼ିଥିବା କାରଣରୁ ସମ୍ବଲପୁର ଉପରମୁଣ୍ଡରେ ଆଶାନୁରୂପ ବର୍ଷା ହୋଇନଥିଲା । ଫଳରେ ଜଳଭଣ୍ଡାରର ଜଳସ୍ତର କମ ହୋଇଯାଇଥିଲା। ଯାହା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ଅସୁବିଧା ଦେଖାଦେବା ଆଶଙ୍କା ରହିଥିଲା।