କୃଷି ବଜେଟରେ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୯ କୋଟିର ବ୍ୟୟବରାଦ

0

ଭୁବନେଶ୍ୱର : ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟିର ବ୍ୟୟବରାଦ କରାଯାଇଛି। ୨୦୨୩-୨୪ର ଏହି ବଜେଟ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ । କୃଷି ବଜେଟରେ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୯ କୋଟିର ବ୍ୟୟବରାଦ କରିଛନ୍ତି । ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୧ ହଜାର ୮ ଶହ ୭୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ପୂର୍ବରୁ ଏହି ଯୋଜନାରେ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି। ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେହି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କାର୍ୟ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଙ୍ଗ ଫଣ୍ଡର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୦ ଜିଲ୍ଲାରେ ଧାନ ସଂଗ୍ରହ ଜାରିରହିଥିବା ବେଳେ ପଶ୍ଚିମ ଓଡିଶାରେ ପ୍ରମୁଖ ଯୋଗଦାନ ରହିଛି । ତେଣୁ ଏହି ପାଣ୍ଠିର ଟଙ୍କାର ମୁଖ୍ୟ ହିତାଧିକାରୀ ହେବେ ଚାଷୀ ଏବଂ ତାଙ୍କ ଜୀବିକା ଉପାର୍ଜନରେ ଏହା ସହାୟକ ହେବ। ଏଥିସହ କାଳିଆ ଯୋଜନା ପାଇଁ ୧ ହଜାର ୮ ସହ ୭୯ କୋଟି ଟଙ୍କା। ଙଟଇଞ ରେ କୃଷି ଗବେଷଣା ଶିକ୍ଷା ଓ ଭିତ୍ତି ଭୂମି ବିକାଶ ପାଇଁ ୧ ସହ ୬୬ କୋଟି ଟଙ୍କା ବ୍ୟବରଦା କରାଯାଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୩ ସହ ୮୧ କୋଟି ଓ ଜାତୀୟ ଉଦ୍ୟାନ କୃଷି ପାଇଁ ୧ ସହ ୨୧ କୋଟି ଟଙ୍କା ବ୍ୟୟବରଦା ହୋଇଛି ।

ସେହିପରି ବାଣିଜ୍ୟ କୃଷି ଉଦ୍ୟୋଗ ପ୍ରତିଷ୍ଠା ଏବଂ କୃଷି ଉପକରଣ ପାଇଁ ୩ ସହ ୮୮ କୋଟି ଟଙ୍କା ବ୍ୟବରଦା କରାଯାଇଛି । ଜଲନିଧି ଯୋଜନା ସୌର ଜଲନିଧି ଯୋଜନା ରୂପରେଖ ପୁନଃ ରୂପାୟନ କରାଯାଇଛି ଏଥିପାଇଁ ୨ ସହ ୫୦ କୋଟି ଓ କ୍ଷୁଦ୍ର ଜଳ ସେଚନ ପାଇଁ ୪୫ କୋଟି ଟଙ୍କାର ବ୍ୟୟବରଦା କରାଯାଇଛି । ସେହିପରି କୃଷି ବିକାଶ ଯୋଜନା (RKVY ) ରେ ୩ ସହ ୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । Farmer producer organisations ପାଇଁ ୫୨ କୋଟି ଟଙ୍କା ବ୍ୟାୟବରାଦ କରାଯାଇଛି । କୃଷି କ୍ଷେତ୍ର ରେ ମହିଳା ସଶକ୍ତିକରଣ -ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG ) ୫ ବର୍ଷ ମଧ୍ୟରେ ଖର୍ଚ୍ଚ ପାଇଁ ୩ ସହ ୬୭ କୋଟି ସେହିପରି ଛତୁ ମିଶନ ଓ ଫୁଲ ଚାଷ ମିଶନ ଅଧୀନ ରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୯ ଜିଲ୍ଲା ର ୫୦ ବ୍ଲକ ରେ ଓଡ଼ିଶା ପଣସ ମିଶନ ପାଇଁ ୯ କୋଟି।