ହରିୟାଣା: ନିର୍ବାଚନ ଜିତିଲେ ଦେଶର ଧନୀ ମହିଳା । ହରିୟାଣାର ହିସାର ଆସନରୁ ଜିତିଲେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ୧୮ ହଜାର ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ରାମ ନିୱାସ ରାରାଙ୍କୁ ସେ ପରାସ୍ତ କରିଛନ୍ତି । ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମାଆ । ସେ ଦେଶର ଧନୀ ମହିଳା ଭାବରେ ଜଣାଶୁଣା । ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସେ । ହେଲେ ତାଙ୍କୁ ଟିକେଟ ଦେଇନଥିଲା ଦଳ । ସେଠାରୁ ନିରାଶ ହେବା ପରେ ସ୍ବାଧୀନ ଭାବରେ ମଇଦାନକୁ ଓହ୍ଲାଇଥିଲେ ।