ଭାରତରେ ହୃଦଘାତ ଜନୀତ ମୃତ୍ୟୁ ସଂଖ୍ୟା ଅଧିକ

ବିଶ୍ୱରେ ସବୁଠାରୁ ଅଧିକ ଭାରତରେ ହୃଦଘାତ ମୃତ୍ୟୁ ସଂଖ୍ୟା ।

0

(ଦିଲ୍ଲୀ) : ବିଶ୍ୱରେ ସବୁଠାରୁ ଅଧିକ ଭାରତରେ ହୃଦଘାତ ମୃତ୍ୟୁ ସଂଖ୍ୟା । ୨୦୩୦ ବେଳକୁ ବିଶ୍ୱରେ ହୃଦଘାତ ଜନୀତ ମୃତ୍ୟୁ ସଂଖ୍ୟା ଭାରତରେ ଅଧିକ ରହିବ। ଏଭଳି ଚେତାବନୀ ଦେଇଛନ୍ତି ପ୍ରସିଦ୍ଧ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ।

ଏହା ସହ ସେ କହିଛନ୍ତି ଯେ ଯୁବକ ଏବଂ ମଧ୍ୟ ବର୍ଷୀୟ ଲୋକଙ୍କ ପାଖରେ ହୃଦୟ ସମସ୍ୟା ଅଧିକ ଦେଖାଯାଉଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି। ଜଣେ ବ୍ୟକ୍ତିଙ୍କ ପାଇଁ ହୃଦଘାତ ସାଂଘାତିକ ହୋଇପାରେ। ହେଲେ ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀକୁ ରକ୍ଷା କରାଯାଇପାରିବ ।

ସେ କହିଛନ୍ତି ଯେ ଯେତେବେଳେ ଶରୀରର ଶିରାରେ ରକ୍ତ ପ୍ରବାହିତ ହୁଏ ନାହିଁ ଏବଂ ରକ୍ତ ଜମାଟ ବାନ୍ଧିବା ଆରମ୍ଭ କରେ। ସେତେବେଳେ ରକ୍ତ ହୃଦୟରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ହୃଦୟ ମଧ୍ୟ ଅମ୍ଳଜାନ ପାଇପାରେ ନାହିଁ। ଏଭଳି ସ୍ଥିତିରେ ହୃଦଘାତ ହୋଇଥାଏ।