ଜୁନ୍ ୨୪ପର୍ଯ୍ୟନ୍ତ ଯାଜପୁର ଏବଂ ଜୁନ୍ ୨୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

0

ଭୁବନେଶ୍ୱର-: ବଢ଼ୁଥିବା ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି, ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯାଜପୁର ଜିଲ୍ଲା ପ୍ରଶାସନ ଜୁନ୍ ୨୪ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭଦ୍ରକରେ ସ୍କୁଲ ଛୁଟି ଆଉ ୨ ଦିନ ବଢ଼ିଛି। ସ୍କୁଲଗୁଡ଼ିକ ଜୁନ୍ ୨୨ରେ ଖୋଲିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।  ଆଜି କେନ୍ଦ୍ରୀୟ ଟିମ୍ ଭଦ୍ରକ ଏବଂ ଯାଜପୁର ଜିଲ୍ଲା ଗସ୍ତ କରି ସମୀକ୍ଷା କରିଥିଲେ ।  ଏହାପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ଡାଇରିଆ ସ୍ଥିତିନେଇ ସମୀକ୍ଷା କରିଥିଲେ ।

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ବାନ୍ତି ବ୍ୟାପିବାରେ ଲାଗିଛି । ସମ୍ବଲପୁରରେ ଡାଇରିଆରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଧନକଉଡା ଅଂଚଳର ଶ୍ରବଣ ଛୁରିଆ । ଝାଡାବାନ୍ତି ଯୋଗୁଁ ଆଜି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସମ୍ପୃକ୍ତ  ଅଞ୍ଚଳର ସ୍ବାସ୍ଥ୍ୟ ସର୍ଭେଲାନ୍ସ ଆରମ୍ଭ ହୋଇଛି ।