(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ଦିଲ୍ଲୀ ହିଂସାକୁ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏଥିରେ ଯେଉଁମାନେ ସାମିଲ ରହିଛନ୍ତି,ତେଣିକି ସେମାନେ ବିଜେପିର ହୁଅନ୍ତୁ, କଂଗ୍ରେସର କିମ୍ବା ଆପ୍ର ହୁଅନ୍ତୁ , ସେମାନେ କେହି ବି ବର୍ତିଯିବା ଉଚିତ୍ ନୁହେଁ । ଆପ୍ ର ଯଦି କେହି ଏଥିରେ ସାମିଲ ଅଛନ୍ତି, ତେବେ ସେମାନଙ୍କୁ ଡବଲ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି । ଏହା ସହ ଏହି ମାମଲାର ଶୁଣାଣୀ କରୁଥିବା ଜଷ୍ଟିସଙ୍କ ବଦଳିକରଣ ଏକ ଦୁଃଖଦାୟକ ଘଟଣା ବୋଲି ସେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ସମୟରେ ସେ କହିଛନ୍ତି ଯେ, ଦିଲ୍ଲୀ ହିଂସାକାଣ୍ଡ ସମୟରେ ଯେଉଁମାନେ ପ୍ରଭାବିତ ହୋଇଥିବେ ସେମାନଙ୍କର ସମସ୍ତ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ । ପୀଡିତଙ୍କ ପରିବାରକୁ ଦିଲ୍ଲୀ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ଏବଂ ପ୍ରତି ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଗମ୍ଭୀର ରୂପରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ସରକାର ୨-୨ ଲକ୍ଷ ଦେବାକୁ ଘୋଷଣା କରିଥିବା ବେଳେ ହିଂସାରେ ଜଳିଯାଇଥିବା ଘରକୁ ୫-୫ ଲକ୍ଷ ଦେବାକୁ ସରକାର ଘୋଷମା କରିଛନ୍ତି ।