ଢେଙ୍କାନାଳ-: ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଲା । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛିକି କିଛି ଭୟଙ୍କର ବିପଦ ମାଡି ଆସିବ କି? ଦଧିନଉତି ଭାଙ୍ଗିବା ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି। ଅନ୍ୟପଟେ ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି ।