(ଅନୁସ୍ୱୟା)ଭୁବନେଶ୍ୱର: ମୁହଁର ମୁଖ୍ୟ ଅଂଶ ହେଉଛି ଓଠ । ଓଠର ସୌନ୍ଦର୍ୟ୍ୟ ଉପରେ ମୁହଁର ସୌନ୍ଦର୍ୟ୍ୟ ନିର୍ଭର କରିଥାଏ। କେବଳ ସୁନ୍ଦର ଦେଖାଯିବାରେ ନୁହେଁ, ବରଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ଓଠର ପ୍ରଭାବ ରହିଛି। କିଛି ଲୋକଙ୍କ ଓଠର ରଙ୍ଗ ପ୍ରାକୃତିକ ଭାବେ କଳା ହୋଇଥିବା ବେଳେ କିଛି ଲୋକଙ୍କଠାରେ ସିଗାରେଟ୍ ଟାଣିବା ଯୋଗୁଁ ବା ଅନ୍ୟ କାରଣରୁ କଳା ପଡ଼ିଯାଇଥାଏ।
ଓଠକୁ ସୁନ୍ଦର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମହିଳାମାନେ ଲିପ୍ ଷ୍ଟିକ୍, ଲିପ୍ ବାମ୍ ଓ ମଶ୍ଚରାଇଜର୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। କିନ୍ତୁ ଏଭଳି ଦ୍ରବ୍ୟର ବ୍ୟବହାର ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଓଠର କଳାପଣ ଦୂର କରିବା ପାଇଁ ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ଘରୋଇ ଉପଚାର ଦ୍ୱାରା କିପରି ଓଠର କଳାପଣ ଦୂର କରି ପାରିବା
ଲବଙ୍ଗ : ଓଠରୁ କଳାପଣ ଦୂର କରିବାରେ ଲବଙ୍ଗ ବେଶ୍ ଉପଯୋଗୀ। ଏହାକୁ ବ୍ୟବହାର କରିବାର କିଛି ଦିନ ମଧ୍ୟରେ ଧୀରେଧୀରେ ଓଠର ଚମକ ଫେରିଆସେ। ପ୍ରଥମେ ୩ରୁ ୪ଟି ଲବଙ୍ଗକୁ ତାଓ୍ବାରେ ନାଲି ହେବାଯାଏ ସେକନ୍ତୁ। ଏହାକୁ ଗୁଣ୍ଡ କରି ସେଥିରେ ଅଧା ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ପ୍ରତ୍ୟହ ଶୋଇବା ସମୟରେ ଓଠରେ ଲଗାନ୍ତୁ।
ଲେମ୍ବୁ : ଲବଙ୍ଗ ବ୍ୟତୀତ ଲେମ୍ବୁ ମଧ୍ୟ ଓଠର କଳାପଣ ଦୂର କରିବାରେ ସହାୟକ ହୋଇଥାଏ। ସକାଳେ ଏବଂ ସନ୍ଧ୍ୟାରେ କଟା ଲେମ୍ବୁକୁ ଧୀରେଧୀରେ ଓଠରେ ଘଷିଲେ ଏହାର କଳାପଣ ଦୂର ହୋଇଥାଏ।
କଞ୍ଚା କ୍ଷୀର ଓ କେଶର: ଓଠର କଳାପଣ ଦୂର କରିବା ପାଇଁ କଞ୍ଚା କ୍ଷୀର ଓ କେଶରର ମିଶ୍ରଣକୁ ବ୍ୟବହାର କରାଯାଇ ପାରିବ। ଏହି ମିଶ୍ରଣକୁ ହାଲ୍କା ଭାବେ ଓଠରେ ଲଗାଇଲେ କେବଳ ଯେ କଳାପଣ ଦୂର ହୁଏ ତାହା ନୁହେଁ, ବରଂ ପୂର୍ବାପେକ୍ଷା ଓଠ ଅଧିକ କୋମଳ ଓ ଉଜ୍ଵଳ ହୋଇଥାଏ।