(ବନବାସୀପ୍ରଧାନ / କନ୍ଧମାଳ) ; କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ର ଶ୍ରୀରାମପୁର ସ୍ଥିତ ଫରେଷ୍ଟ କଯ୍ୟାଳୟ କୁ ଲୋକେ ତାଲା ପକେଇ ଦେଇଛନ୍ତି ।ସୂଚନା ଯୋଗ୍ୟ ଜେ ଗତ କୋରୋନା ସମୟରେ କାମ୍ପା ଫଣ୍ଡ ରୁ ଶ୍ରୀରାମପୁର ଜଙ୍ଗଲ ବିଭାଗରୁ ରାମିଙ୍ଗବନ୍ଧା ଠାରେ ଚାରା ରୋପଣ କାର୍ୟ୍ୟ କରିଥିଲେ ।ଏଥିରେ ପ୍ରାୟ ଶହେ ରୁ ଉର୍ଦ୍ଧ ଲୋକ କାମ କରିଥିଲେ ।ହେଲେ କାମ କରିବାର ୯/୧୦ ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ସେମାନଙ୍କ ପରିଶ୍ରମିକ ପାଇଁ ପାରି ନାହାନ୍ତି । ବାରମ୍ବାର କୋଟଗଡ଼ ରେଞ୍ଜ ଅଫିସ କୁ ଆସି କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ପାଇଲେନି । ଉତ୍ତ୍ୟକ୍ତ ଲୋକ ଙ୍କ କହିବାକଥା ଆମେ ବାରମ୍ବାର ରେଞ୍ଜ ଅଫିସ କୁ ଯିବା ପରେ ମାର୍ଚ୍ଚ ମାସ ୨୫ ତାରିଖ ରେ ଦେବାକୁ ପ୍ରତିଶୃତି ଦେଇଥିଲେ ହେଲେ ଉକ୍ତ ଦିନ ପଇସା ନ ପାଇବାରୁ ଆଜି ଆମେ ଏହି କାର୍ୟ୍ୟାଳୟ କୁ ତାଲା ପକେଇଛୁ ।ସେମାନଙ୍କ କହିବାକଥା ଆମେ ଶହେ ରୁ ଉର୍ଦ୍ଧ୍ବ ଲୋକ (ମହିଳା ଓ ପୁରୁଷ) କାମ କରିଛୁ ଓ ପ୍ରାୟ ତିନି ଲକ୍ଷ୍ୟ ପଚାଶ ହଜାର ରୁ ଅଧିକ ଟଙ୍କା ପାଇବାର ଅଛି । ଆମେ ଆମର ପ୍ରାପ୍ୟ ନ ପାଇବା ଯାଏ ଏମିତି କାର୍ୟ୍ୟାଳୟ ବନ୍ଦ ରହିବ , ଯଦି ଏହାର ବିଚାର କରି ଆମର ପ୍ରାପ୍ୟ ନ ମିଳେ ତାହାହେଲେ ଆମେ ଆଗାମୀ ଦିନ ରେ କୋଟଗଡ଼ ରେଞ୍ଜ ଅଫିସ ଆଗରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ କୋଟଗଡ଼ ବନ ଅଧିକାରୀ ଶ୍ରୀ ସୂର୍ୟ୍ୟକାନ୍ତ ବେହେରା କହିଛନ୍ତି କି ଏହା ମୋ ସମୟର ନୁହଁ ,ମୋ ପୂର୍ବରୁ ଜାନୀ ସାର ଥିଲେ ତାଙ୍କ ସମୟର ।ମୁ ତଦନ୍ତ କରୁଛି , ମୋର ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ଲୋକଙ୍କ ପ୍ରାପ୍ୟ ଟଙ୍କା ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।