ଭୁବନେଶ୍ବର : ବନ୍ଦ ହୋଇପାରେ ମାର୍କେଟ ବିଲ୍ଡିଂ । ଉଠାଦୋକାନୀ ଓ ମାର୍କେଟ ଆସୋସିଏସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାର ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସିଏସନ । ଏନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ ୨ ମାର୍କେଟ ବିଲ୍ଡିଂରେ ଦୀର୍ଘଦିନ ଧରି ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ହୋଇ ଆସୁଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରୁନାହିଁ । ଯେଉଁଥିପାଇଁ ବିଏମସିକୁ ସମ୍ପୂର୍ଣ୍ଣ ଦୋଷ ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା । ବାରମ୍ବାର ଏହି ବିଷୟରେ ବିଏମସି ସହ ଆଲୋଚନା ହୋଇଥିଲେ ମଧ୍ୟ, ସମସ୍ୟାର ସମାଧାନ ହେଉନାହିଁ । ତେଣୁ ବିଏମସିକୁ ୩ଦିନର ସମୟ ଦେଇଛି ମାର୍କେଟ ଆସୋସେସନ । ଯଦି ୩ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏଥିସହ ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସେସନ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।